ପଞ୍ଜାବ ପରେ ହରିୟାଣାରୁ କଂଗ୍ରେସକୁ ଲାଗିପାରେ ବଡ଼ ଝଟକା
Advertisement

ପଞ୍ଜାବ ପରେ ହରିୟାଣାରୁ କଂଗ୍ରେସକୁ ଲାଗିପାରେ ବଡ଼ ଝଟକା

ଆଦମପୁରରୁ ୪ ଥର ବିଧାୟକ ବିଷ୍ଣୋଇ ନିଜ ଗୃହ ନିର୍ବାଚନମଣ୍ଡଳୀ ତଥା ଆଖପାଖରେ ସାଧାରଣ ସଭା କରୁଛନ୍ତି । ତାଙ୍କ ନିର୍ବାଚନମଣ୍ଡଳୀ ସହ ଜଡିତ ପ୍ରସଙ୍ଗ ଉଠାଇବା ପାଇଁ ସେ ବିଜେପି ନେତା ତଥା ସିଏମ ମନୋହର ଲାଲ ଖଟ୍ଟର (CM Manohar Lal Khattar) ଙ୍କ ସହ ମଧ୍ୟ ସାକ୍ଷାତ କରିଛନ୍ତି ।

ପଞ୍ଜାବ ପରେ ହରିୟାଣାରୁ କଂଗ୍ରେସକୁ ଲାଗିପାରେ ବଡ଼ ଝଟକା

ନୂଆଦିଲ୍ଲୀ: ରାଜସ୍ଥାନର ଉଦୟପୁରରେ ଯେତେବେଳେ କଂଗ୍ରେସର ଚିନ୍ତନ ଶିବିର (Congress Chintan Shivir) ଚାଲୁଥିଲା, ସେହି ସମୟରେ ପଞ୍ଜାବର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ସୁନୀଲ ଜାଖର (Sunil Jakhar) ନାଟକୀୟ ଭାବେ ଦଳ ଛାଡ଼ିବାକୁ ଘୋଷଣା କରିଥିଲେ । ବର୍ତ୍ତମାନ ପଡ଼ୋଶୀ ହରିୟାଣାରେ ମଧ୍ୟ କଂଗ୍ରେସର ଏକ ବଡ଼ ନେତା ଦଳ ପ୍ରତି ଅସନ୍ତୁଷ୍ଟ ଅଛନ୍ତି । ଏଭଳି ପରିସ୍ଥିତିରେ ଦଳ ବର୍ତ୍ତମାନ ସତର୍କ ହୋଇ ହରିୟାଣାରେ ଧ୍ୟାନ କେନ୍ଦ୍ରିତ କରିଛି । ବିଗତ ଦିନରେ ହରିୟାଣାର ନୂତନ କଂଗ୍ରେସ ଅଧ୍ୟକ୍ଷ (Haryana Congress President) ଙ୍କ ନାମ ଘୋଷଣା ପରେ ଦଳ ଭିତରେ ବିଦ୍ରୋହର ସ୍ୱର ଉଠିବାରେ ଲାଗିଛି । ସୁନୀଲ ଜାଖର ଦଳ ସହ ତାଙ୍କର ପାଞ୍ଚ ଦଶନ୍ଧିର ସମ୍ପର୍କ ଭାଙ୍ଗି ନିଜର ଶେଷ ସମ୍ୱୋଧନରେ କହିଥିଲେ ଯେ, "ଗୁଡ୍ ଲକ୍ ଓ ଗୁଡବାୟ କଂଗ୍ରେସ ।"

ପଞ୍ଜାବ ପରି ହରିୟାଣାର କଂଗ୍ରେସ ୟୁନିଟ୍ (Haryana Congress Unity) ମଧ୍ୟ ଗୋଷ୍ଠୀ କନ୍ଦଳକୁ ନେଇ ଚିନ୍ତିତ ଅଛି । ଉଦାହରଣ ସ୍ୱରୂପ, ହରିୟାଣା କଂଗ୍ରେସର ବରିଷ୍ଠ ନେତା କୁଲଦୀପ ବିଷ୍ଣୋଇ ଏପ୍ରିଲ ୨୭ରେ ସର୍ବସାଧାରଣରେ ନିଜର ଅସନ୍ତୋଷ ବ୍ୟକ୍ତ କରିସାରିଛନ୍ତି । ସେପଟେ ଦଳର ହାଇ କମାଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ସିଂ ହୁଡା (Bhupinder Singh Hooda) ଙ୍କ ଘନିଷ୍ଠ ବିଶ୍ୱସ୍ତ ଉଦୟ ଭାନ (Uday Bhan) ଙ୍କୁ ହରିୟାଣା ପ୍ରଦେଶ କଂଗ୍ରେସ କମିଟି (HPCC) ରେ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି । 

ନେତୃତ୍ୱ ଭୂମିକାର ଆଶା ରଖିଥିବା ପୂର୍ବତନ ସାଂସଦ ବିଷ୍ଣୋଇ ସର୍ବସାଧାରଣରେ ଘୋଷଣା କରିଥିଲେ ଯେ, ସେ ଅସନ୍ତୁଷ୍ଟ ଅଛନ୍ତି, କାରଣ ତାଙ୍କୁ ଏଚପିସିସିର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ସ୍ଥାନ ମିଳି ନାହିଁ । ସେବେଠାରୁ ତାଙ୍କର ଦଳର ନେତୃତ୍ୱ ସହ ବିବାଦ ଲାଗି ରହିଛି । ବିଷ୍ଣୋଇ ବର୍ତ୍ତମାନ ଦଳର କାର୍ଯ୍ୟକ୍ରମକୁ ମଧ୍ୟ ଅଣଦେଖା କରୁଛନ୍ତି । ଯେତେବେଳେ ମେ' ୪ରେ ଚଣ୍ଡିଗଡ଼ର ରାଜ୍ୟ ପାର୍ଟି ମୁଖ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦୟ ଭାନ ଓ ଏଚପିସିସିର ଚାରିଜଣ କାର୍ଯ୍ୟକାରୀ ଅଧ୍ୟକ୍ଷ ସେମାନଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିଥିଲେ, ସେତେବେଳେ ବିଷ୍ଣୋଇ ଏଥିରେ ଯୋଗ ଦେଇନଥିଲେ । କଂଗ୍ରେସ ୱାର୍କିଂ କମିଟି (CWC) ର ବିଶେଷ ଆମନ୍ତ୍ରିତ ସଦସ୍ୟ ହେବା ସତ୍ତ୍ୱେ ବିଷ୍ଣୋଇ ଚିନ୍ତନ ଶିବରରେ ମଧ୍ୟ ଉପସ୍ଥିତ ନଥିଲେ ।

ଏହା ବି ପଢ଼ନ୍ତୁ:-କଂଗ୍ରେସ ନେତାଙ୍କ ଦାବି, 'କୁତବ ମିନାର ଓ ତାଜମହଲକୁ ହିନ୍ଦୁମାନଙ୍କୁ ହସ୍ତାନ୍ତର କରନ୍ତୁ ଭାରତ ସରକାର'

ଏହା ବି ପଢ଼ନ୍ତୁ:-ସାମ୍ନାକୁ ଆସିଲା ତାଜମହଲର ୨୨ଟି ବନ୍ଦ କୋଠରୀର ରହସ୍ୟ

ଏହା ବି ପଢ଼ନ୍ତୁ:-ଭାରତର ଏହି ରେଳ ଟ୍ରାକ୍ ଉପରେ ଆଜି ବି ବ୍ରିଟିଶଙ୍କ ରହିଛି ଅଧିକାର! ସରକାରଙ୍କୁ ଦେବାକୁ ପଡ଼େ ପ୍ରତିବର୍ଷ ଟିକସ

ଆଦମପୁରରୁ ୪ ଥର ବିଧାୟକ ବିଷ୍ଣୋଇ ନିଜ ଗୃହ ନିର୍ବାଚନମଣ୍ଡଳୀ ତଥା ଆଖପାଖରେ ସାଧାରଣ ସଭା କରୁଛନ୍ତି । ତାଙ୍କ ନିର୍ବାଚନମଣ୍ଡଳୀ ସହ ଜଡିତ ପ୍ରସଙ୍ଗ ଉଠାଇବା ପାଇଁ ସେ ବିଜେପି ନେତା ତଥା ସିଏମ ମନୋହର ଲାଲ ଖଟ୍ଟର (CM Manohar Lal Khattar) ଙ୍କ ସହ ମଧ୍ୟ ସାକ୍ଷାତ କରିଛନ୍ତି । ଏକ ରିପୋର୍ଟ ଅନୁଯାୟୀ, ହରିୟାଣା କଂଗ୍ରେସ ଭିତର ସୂତ୍ର ଅନୁସାରେ, ଯଦି ବିଷ୍ଣୋଇଙ୍କୁ ତୁରନ୍ତ ଶାନ୍ତ କରା ନ ଯାଏ ତେବେ ସେ ଏପରି ପଦକ୍ଷେପ ନେଇପାରନ୍ତି ଯାହା କଂଗ୍ରେସକୁ କ୍ଷତି ପହଞ୍ଚାଇପାରେ ଓ ଅକ୍ଟୋବର ୨୦୨୪ରେ ହେବାକୁ ଯାଉଥିବା ପରବର୍ତ୍ତୀ ବିଧାନସଭା ନିର୍ବାଚନରେ କଂଗ୍ରେସର ଆଶାକୁ ନିରାଶାରେ ପରିଣତ କରିପାରନ୍ତି । ସେପଟେ ବିଷ୍ଣୋଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ତାଙ୍କ ସହ ସାକ୍ଷାତ ପାଇଁ ସମୟ ମାଗିଛନ୍ତି ।

Trending news